Playing via Spotify Playing via YouTube
Skip to YouTube video

Loading player…

Scrobble from Spotify?

Connect your Spotify account to your Last.fm account and scrobble everything you listen to, from any Spotify app on any device or platform.

Connect to Spotify

Dismiss

A new version of Last.fm is available, to keep everything running smoothly, please reload the site.

Hrudayara Ei Sunyataku - Lyrics

ହୃଦୟର ଏଇ ଶୂନ୍ୟତାକୁ
ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ.
ତୁମେ, ତୁମେ, ତୁମେ...
ହୃଦୟର ଏଇ ଶୂନ୍ୟତାକୁ
ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ.
ତୁମେ, ତୁମେ, ତୁମେ...

ତୁମେ ମୋ ମନର ସୀମାରେଖା ଡେଇଁ
ସହଜେ ପାରିଛ ଯାଇ
ତୁମେ ମୋ ମନର ସୀମାରେଖା ଡେଇଁ
ସହଜେ ପାରିଛ ଯାଇ
ହେଲେ ମୋ ପାଦଟି ତୁମ ସ୍ମୃତିରେଖା
ଟପି ଯାଇ ପାରି ନାହିଁ
ହେଲେ ମୋ ପାଦଟି ତୁମ ସ୍ମୃତିରେଖା
ଟପି ଯାଇ ପାରି ନାହିଁ
ଜାଣେନା କାହିଁକି ମୋ ନୀରବତାକୁ
ବିରହ ତୁମରି ନିତି ଚୁମେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ.
ତୁମେ, ତୁମେ, ତୁମେ...

ଥିଲା ସେ କିପରି ଭାବପ୍ରବଣତା
ହସୁଛି ମୁଁ ମନେ ମନେ
ଥିଲା ସେ କିପରି ଭାବପ୍ରବଣତା
ହସୁଛି ମୁଁ ମନେ ମନେ
ତୋଳିବାକୁ ଏକ କୁହୁଡ଼ିର ଘର
ବାହାରିଥିଲି ମୁଁ ଦିନେ
ତୋଳିବାକୁ ଏକ କୁହୁଡ଼ିର ଘର
ବାହାରିଥିଲି ମୁଁ ଦିନେ
ସେ କୁହୁଡ଼ି ଘର ଭାଙ୍ଗିଗଲା ଯା'ର
ପ୍ରୀତିର ପ୍ରାଚୀର ଥିଲ ତୁମେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ.
ତୁମେ, ତୁମେ, ତୁମେ...

Writer(s): MUSHIR, NIZAM

Don't want to see ads? Subscribe now

API Calls